Take a fresh look at your lifestyle.

CM Mohan Charan Majhi: ସୋମବାର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

0 15

Get real time updates directly on you device, subscribe now.

CM Mohan Charan Majhi: ଭୁବନେଶ୍ୱର : ଆସନ୍ତାକାଲି ଡିସେମ୍ବର ୧୬ ତାରିଖ( ସୋମବାର )ରେ ୟୁନିଟ୍-୫ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତ ଅକ୍ଟୋବର ୨୮ ତାରିଖ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ନିମନ୍ତେ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଆସନ୍ତା କାଲି ଏହି ଜଣାଶୁଣାଣିରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଦରଖାସ୍ତକାରୀ ସେମାନଙ୍କର ପଞ୍ଜିକରଣ ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.