ଦିଲ୍ଲୀ ଦଙ୍ଗା: ଅଭିଯୁକ୍ତଙ୍କ ଜାମିନ ଯାଚିକାକୁ ଖାରଜ କଲେ କୋର୍ଟ

Delhi Riots: ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଜଣେ ଅଭିଯୁକ୍ତଙ୍କ ଯାଚିକାକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ କୋର୍ଟ। ଉକ୍ତ ଅଭିଯୁକ୍ତକୁ ଜାମିନ ଦେବାକୁ ସିଧାସଳଖ ମନା କରିଦେଇଛନ୍ତ କୋର୍ଟ। ଏହା ସହିତ କୋର୍ଟ କହିଛନ୍ତି ୨୦୨୦ ମସିହାରେ ହୋଇଥିବା ଦଙ୍ଗା କୌଣସି ଆପତ୍ତି ଜନକ ପ୍ରତିକ୍ରିୟାରୁ ସୃଷ୍ଟି ହୋଇନଥିଲା। ବରଂ ଏହା ଏକ ସୁଚିନ୍ତିତ ପୂର୍ବ ପ୍ରସ୍ତୁତି ଷଡ଼ଯନ୍ତ୍ର ଥିଲା ବୋଲି କୋର୍ଟ କହିଛନ୍ତି।

ଦିଲ୍ଲୀ ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଫେବୃଆରୀ ୨୦୨୦ ମସିହାରେ ହୋଇଥିବା ଦଙ୍ଗା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଥିବା ଯାହାକୁ ବାସ୍ତବ ରୂପ ଦିଆଯାଇଛି। ଏଥିରେ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି। ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୋର୍ଟ କହିଛନ୍ତି କି ଅଭିଯୋଜନା ପକ୍ଷ ଦ୍ବାରା ପ୍ରସ୍ତୁତ ଭିଡ଼ିଓ ଫୁଟେଜରେ ପ୍ରଦର୍ଶନକାରୀଙ୍କ ଆଚରଣରୁ ଏହା ସ୍ପଷ୍ଟ ହୋଇଥିଲା ଯେ ସାଧାରଣ ଜୀବନଯାପନ ଓ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା। ତେବେ ନ୍ୟାୟମୂର୍ତ୍ତି ସୁବ୍ରମଣ୍ୟମ ପ୍ରସାଦ କହିଛନ୍ତି କି ସିସିଟିଭିର ସଂଯୋଗୀକରଣକୁ ଏକ ବ୍ୟବସ୍ଥିତ ଉପାୟରେ କାଟିବା ଓ ତାକୁ ନଷ୍ଟ କରିବା ମଧ୍ୟ ସହର ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ଉଦ୍ଦେଶ୍ୟକୁ ଅଙ୍ଗୁଳିନିର୍ଦ୍ଦେଶ କରୁଛି। ଅସଂଖ୍ୟ ଦଙ୍ଗାକାରୀ ଅସ୍ତଶସ୍ତ୍ର, ଠେଙ୍ଗା, ଭୁଜାଲି ସହିତ ସହରରେ ବୁଲିବାକୁ ମଧ୍ୟ ଏକ ଷଡ଼ଯନ୍ତ୍ର ଯୋଜନା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ସୂଚନା ରହିଛି।

ନ୍ୟାୟମୂର୍ତ୍ତି ପ୍ରସାଦ ଅଭିଯୁକ୍ତ ମହମ୍ମଦ ଇବ୍ରାହିମର ଜାମିନ ଯାଚିକାକୁ ଖାରଜ କରିବା ସହିତ ଆହୁରି ମଧ୍ୟ କହିଛନ୍ତି କି ଯେଉଁ ଅଭିଯୁକ୍ତକୁ ଡିସେମ୍ବର ମାସରେ ଗିରଫ କରାଯାଇଥିଲା, ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ହାଇକୋର୍ଟ କହିଛନ୍ତି, ସଭ୍ୟ ସମାଜକୁ ବିପଦରେ ପକାଇବା ପାଇଁ ବ୍ୟକ୍ତିଗତ ସ୍ୱାଧୀନତା ବ୍ୟବହାର କରାଯାଇପାରିବ ନାହିଁ। ଫେବୃଆରୀ ୨୪ରେ ଏକ ଜନ ଆନ୍ଦୋଳନକାରୀଙ୍କ ଦ୍ୱାରା ହେଡ କନଷ୍ଟେବଳ ରତନ ଲାଲଙ୍କ ହତ୍ୟା ସହିତ ଇବ୍ରାହିମଙ୍କର ସମ୍ପର୍କ ରହିଛି। ତାଙ୍କ ଓକିଲ ଯୁକ୍ତି କରିଥିଲେ ଯେ ରତନ ଲାଲ ଖଣ୍ଡା ଦ୍ୱାରା ମରି ନାହାଁନ୍ତି। ଇବ୍ରାହିମ ଏହା ମଧ୍ୟ ଦାବି କରିଛନ୍ତି ଯେ ସେ କେବଳ ନିଜ ତଥା ପରିବାରର ସୁରକ୍ଷା ପାଇଁ ଖଣ୍ଡା ଧରିଛନ୍ତି।

କୋର୍ଟ ତାଙ୍କ ଯୁକ୍ତିକୁ ଖାରଜ କରି କହିଛନ୍ତି ଯେ ଇବ୍ରାହିମଙ୍କ ହେପାଜତକୁ ବଢାଇବା ପାଇଁ କୋର୍ଟ ଯେଉଁ ପ୍ରମାଣ ଦେଇଛନ୍ତି ତାହା ହେଉଛି ସେହି ଅସ୍ତ୍ର ଯାହା ଦ୍ୱାରା ସେ ଗୁରୁତର ଆହତ ହୋଇପାରନ୍ତି ଏବଂ ଲୋକଙ୍କୁ ହତ୍ୟା ମଧ୍ୟ କରିପାରନ୍ତି ବୋଲି କୋର୍ଟ କହିଛନ୍ତି।

Delhi CourtDelhi Riots
Comments (0)
Add Comment