Facebook Secret Block List: ଫେସବୁକର ସିକ୍ରେଟ ବ୍ଲାକଲିଷ୍ଟ ତାଲିକା ଲିକ: ରହିଛନ୍ତି ଏହି ଘାତକ ଆତଙ୍କୀ ସଂଗଠନ…

Facebook Secret Block List: ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକରେ ଅଗଣିତ ୟୁଜର୍ସ ରହିଛନ୍ତି। ବହୁଳ ଭାବେ ଏହି ପ୍ଲାଟଫର୍ମ ବ୍ୟବହୃତ ହେଉଛି। କେବଳ ବ୍ୟକ୍ତି ବିଶେଷ ନୁହେଁ, ବିଭିନ୍ନ ପ୍ରକାର ଅନୁଷ୍ଠାନ ମଧ୍ୟ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚି ପାରୁଛନ୍ତି। ତେବେ ନିକଟରେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସିକ୍ରେଟ ବ୍ଲାକଲିଷ୍ଟ ତାଲିକ ଲିକ ହୋଇଥିଲା। ଯାହା ଫଳରେ ଏକାଧିକ ଅନୁଷ୍ଠାନ, ବିଭିନ୍ନ ପ୍ରକାର ସଂଘ, ବ୍ୟକ୍ତିବିଶେଷ ପ୍ରମୁଖ ତାଲିକାରେ ସାମିଲ ରହିଛନ୍ତି।

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଏହି ସୋସିଆଲ ମିଡ଼ିଆ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସମାଜରେ କୌଣସି ପ୍ରକାର ହିଂସା ସୃଷ୍ଟି ନହୁଏ। ଯେପରି କୌଣସି ପ୍ରକାର ବେନିୟମ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ନକରିବା, ଭୁଲ ତଥ୍ୟ ପ୍ରଚାର ନ କରିବା, କିମ୍ବା ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହିତ କରିବା ଭଳି କାର୍ଯ୍ୟ ଯେପରି ନ ଘଟେ ଫେସବୁକ ମୂଳ ଉଦ୍ଦେଶ୍ୟ ରହିଛି। ତେବେ ପ୍ରକାଶିତ ତାଲିକାରେ ହିନ୍ଦୁତ୍ବ ସମୂହ ସନାତନ ସଂସ୍ଥା ଠାରୁ ଆରମ୍ଭ କରି କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ(ମାଓବାଦୀ), ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ(ଇସାକ-ମୁଇଓ୍ୱା) ପର୍ଯ୍ୟନ୍ତ ସାମିଲ ରହିଛନ୍ତି।

ଫେସବୁକର ଏହି ଡେଞ୍ଜରସ ଇଣ୍ଡିଭିଜୁଆଲ ଆଣ୍ଡ ଅର୍ଗାନାଇଜେସନ(DIO) ନାଁରେ ସୂଚୀ ପ୍ରଥମଥର ପାଇଁ ଓ୍ୱେବସାଇଟ ଇଣ୍ଟରସେପ୍ଟ ସାର୍ବଜନୀନ କରିଛି। ଏହି ତାଲିକାର ପ୍ରମାଣ ପାଇଁ କୌଣସି ପ୍ରକାର ପ୍ରଶ୍ନ ଫେସବୁକ ପକ୍ଷରୁ ଉଠାଯାଇ ନାହିଁ। କିନ୍ତୁ ଏନେଇ ଫେସବୁକ ପକ୍ଷରୁ କୁହାଯାଇଛି କି ଏହି ତାଲିକାକୁ ସୁରକ୍ଷିତ ରଖାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ପ୍ରକାଶ କରାଯାଇଥିବା ନେଇ ପ୍ରକାଶ କରିଛି।

ଆତଙ୍କବାଦ ତଥା ବିପଜ୍ଜନକ ସଂଗଠନ ପାଇଁ ଫେସବୁକର ନୀତି ନିର୍ଦ୍ଦେଶକ ବ୍ରାଏନ ଫିସମାନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମ ପ୍ଲାଟଫର୍ମରେ ଆତଙ୍କବାଦୀ, ଘୃଣାକାରୀ ଗୋଷ୍ଠୀ କିମ୍ବା ଅପରାଧିକ ସଂଗଠନ ଚାହୁଁ ନାହୁଁ। ଏହି କାରଣରୁ ଆମେ ସେମାନଙ୍କୁ ନିଷେଧ କରିଥାଉ ଏବଂ ପ୍ରଶଂସା କରୁଥିବା, ପ୍ରତିନିଧିତ୍ୱ କରୁଥିବା କିମ୍ବା ସମର୍ଥନ କରୁଥିବା ବିଷୟବସ୍ତୁକୁ ଅପସାରଣ କରୁ ବୋଲି ସେ ସୂଚନା ଦେଇଛନ୍ତି।

ବିବୃତ୍ତିରେ କୁହାଯାଇଛି ଯେ “ଆମେ ବର୍ତ୍ତମାନ ୨୫୦ରୁ ଅଧିକ ଶ୍ବେତ ସୁପ୍ରିମୋସିଷ୍ଟ ଗୋଷ୍ଠୀ ସମେତ ୨୫୦ରୁ ଅଧିକ ସଂଗଠନକୁ ଆମର ନୀତିର ସର୍ବୋଚ୍ଚ ସ୍ତରରେ ନିଷିଦ୍ଧ କରୁଛୁ ଏବଂ ଆମେ ନିୟମିତ ଭାବରେ ଆମର ନୀତି ତଥା ସେହି ସଂଗଠନଗୁଡିକୁ ଅଦ୍ୟତନ କରୁଛୁ ଯାହା ନିଷେଧ ହେବା ପାଇଁ ଯୋଗ୍ୟ ଅଟେ। ଏକାଧିକ ଟ୍ବିଟ ଫିସମାନ କହିଛନ୍ତି ଯେ ଏହି ତାଲିକା କ୍ରମାଗତ ଭାବରେ ଅପଡେଟ୍ ହେଉଛି ଏବଂ ଏହାକୁ ବିସ୍ତାର କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।

ଆମେ ବର୍ତ୍ତମାନ ୨୫୦ରୁ ଅଧିକ ଶ୍ବେତ ସୁପ୍ରିମୋସିଷ୍ଟ ଗୋଷ୍ଠୀ ସମେତ ୨୫୦ରୁ ଅଧିକ ସଂଗଠନକୁ ଆମର ନୀତିର ସର୍ବୋଚ୍ଚ ସ୍ତରରେ ନିଷିଦ୍ଧ କରୁଛୁ ଏବଂ ଆମେ ନିୟମିତ ଭାବରେ ଆମର ନୀତି ତଥା ସେହି ସଂଗଠନଗୁଡିକୁ ଅଦ୍ୟତନ କରୁଛୁ ଯାହା ନିଷେଧ ହେବା ପାଇଁ ଯୋଗ୍ୟ ଅଟେ। ଏକାଧିକ ଟ୍ବିଟ ଫିସମାନ କହିଛନ୍ତି ଯେ ଏହି ତାଲିକା କ୍ରମାଗତ ଭାବରେ ଅପଡେଟ୍ ହେଉଛି ଏବଂ ଏହାକୁ ବିସ୍ତାର କରାଯାଇପାରିବ ବୋଲି ସେ ସୂଚନା ଦେଇଛନ୍ତି।

କଣ ଏହି ନୀତି
ଡିଆଇଓ ସୂଚୀ ବିଭିନ୍ନ ବିଭିନ୍ନ ଶ୍ରେଣୀରେ ବିଭାଜିତ ରହିଛି। ଉଦାହରଣ ସ୍ବରୂପ ଏହି ସଂଗଠନଗୁଡିକ ଏବଂ ଏହି କାର୍ଯ୍ୟକଳାପଗୁଡିକ ବିଷୟରେ ସାଧାରଣ ଉପଭୋକ୍ତାଙ୍କ ମତ ଦ୍ୱାରା ଏହି ସଂଗଠନଗୁଡ଼ିକ ପରିଚାଳିତ। ଏହି ସଂସ୍ଥାଗୁଡ଼ିକ ମଧ୍ୟରୁ କୌଣସି ଫେସବୁକରେ ଉପସ୍ଥିତି ରହିବା ପାଇଁ ଅନୁମତି ନାହିଁ । ତେବେ ଏହି ତାଲିକାରେ ଭାରତର ଏକାଧିକ ସଂଗଠନ ଅଲ ଟାଇଗର୍ସ ଫୋର୍ସ, କମ୍ୟୁନିଟି ପାର୍ଟି ଅଫ ଇଣ୍ଡିଆ(ମାଓବାଦୀ), କଙ୍ଗଲୀପାକ କମ୍ୟୁନିଟି ପାର୍ଟି, ଖଲିସ୍ତାନ ଟାଇଗର ଫୋର୍ସ, ନ୍ୟାସନାଲିଷ୍ଟ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲ୍ୟାଣ୍ଡ(ଇସାକ-ମୁଇଓ୍ୱା), ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ କଙ୍ଗଲୀପାକ, ସନାତନ ସଂସ୍ଥା ସାମିଲ ରହିଛି।

ଏହା ବ୍ୟତୀତ ସୁଚୀ ଭାରତ ଓ ଏକାଧିକ ଦେଶରେ ସଞ୍ଚାଳିତ ଭଳି ଇସଲାମିକ ଚରମପନ୍ଥି ଓ ଆଥଙ୍କୀ ସମୂହ ସଂଗଠନଗୁଡ଼ିକ ମଧ୍ୟ ରହିଥିବା ଫେସବୁକ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସୂଚୀରେ ଇଣ୍ଡିଆନ ମୁଜାହିଦ୍ଦିନ, ଜୈସ-ଏ-ମହମ୍ମଦର ଅଫଜଲ ଗୁରୁ ସ୍କ୍ବାର୍ଡ ଓ ଇସଲାମିକ ଷ୍ଟେଟ, ତାଲିବାନ ଭଳି ଏକାଧିକ ବିଶ୍ବସ୍ତରର ଆତଙ୍କୀ ସଂଗଠନ ତଥା ଏହାର ବିଭିନ୍ନ ଆଞ୍ଚଳିକ ସଂଗଠନ ଗୁଡ଼ିକର ଆକାଉଣ୍ଟ ମଧ୍ୟ ସାମିଲ ରହିଛି।

ଏହି ନୀତି କାର୍ଯ୍ୟ କରେ କେମିତି
ତେବେ ତଥ୍ୟ ହେଉଛି କି ସୂଚୀରେ ସାମିଲ କିଛି ନାଁକୁ ଫେସବୁକ ବନ୍ଦ କରିଦେଇଛି। ଉଦାହରଣ ସ୍ବରୂପ ଏକ ଗଣମାଧ୍ୟମ ସଂସ୍ଥା କହିଛି କି ଫେସବୁକ ଗତବର୍ଷ ସେପ୍ଟେମ୍ବର ମାସରେ ସନାତନ ସଂସ୍ଥା ସହିତ ଜଡ଼ିତ ତିନୋଟି ପେଜକୁ ବନ୍ଦ କରିଦେଇଥିଲା। ଯଦିଓ ଏହାରି ମାଧ୍ୟମରେ ଚରମପନ୍ଥୀ ସମୂହଙ୍କର ଅନଲାଇନ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବା ସଂଖ୍ୟାରେ ବେଶ ଦ୍ରୁତ ହ୍ରାସ ଘଟିଛି। ଏପ୍ରିଲ ୨୦୨୧ ମାସ ପର୍ଯ୍ୟନ୍ତ ଫେସବୁକରେ ୨୭ ଲକ୍ଷରୁ ଅଧିକ ଫଲୋୟର୍ସ ଥିବା ୨୩ଟି ପେଜ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହିଥିଲେ। ଏହା ବ୍ୟତୀତ ସମାଲୋଚକଙ୍କ କହିବା ମୁତାବକ ଫେସବୁକ ହିଂସା ପାଇ ଉସୁକାଉଥିବା ସମୂହଙ୍କୁ ମଧ୍ୟ ନିଜ ଡିଇଓ ନୀତିର ଅଂଶ ବିଶେଷ ଭାବେ ପରିଗଣିତ କରିଥାଏ। କିନ୍ତୁ ବୈଶ୍ବିକ ବିଶ୍ୱସ୍ତରୀୟ ସଂସ୍ଥା ଦ୍ୱାରା ସ୍ଥିର ହୋଇଥିବା ବହୁ ମୁସଲମାନ ବିରୋଧୀ ଘୃଣା ବିସ୍ତାରକାରୀ ସଂଗଠନ ଏହି ତାଲିକାରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ।

Blacklisted listFacebookterrorist
Comments (0)
Add Comment