Hirakud Water reservoir: ହୀରାକୁଦର ଜଳସ୍ତର ସ୍ଥିର

Hirakud Water reservoir: ସମ୍ବଲପୁର: ହୀରାକୁଦକୁ ଏବେ କମ ପରିମାଣର ଜଳ ପ୍ରବେଶ କରୁଛି। ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବା ବେଳେ ହୀରାକୁଦ ଜଳ ଭଣ୍ଡାରକୁ ମଧ୍ୟ କମ ପରିମାଣର ଜଳ ଆସୁଥିବା ଜଣାପଡ଼ିଛି। ସେପଟେ ହୀରାକୁଦରେ ଜଳସ୍ତର ବର୍ତ୍ତମାନ ସ୍ଥିର ରହିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୮.୨୯ ଫୁଟ ରହିଛି। ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୧ ହଜ଼ାର ୨୬୪ କ୍ୟୁସେକ ପାଣି ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୪ଲକ୍ଷ ୦୯ହଜାର ୩୮୩ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ୨୪ଟି ଗେଟ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ତେବେ ଗତକାଲି ରାତି ୯ଟା ରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୧୪ ହଜ଼ାର ୦୦୫ କ୍ୟୁସେକ ଜଳ ପ୍ରବେଶ କରୁଥିଲା ଯାହା ଏବେ କମିଛି।

 

burlaflood situationhirakuhirakud damHirakud Water reservoirsambalpursambalpur newsହୀରାକୁଦର ଜଳସ୍ତର ସ୍ଥିର
Comments (0)
Add Comment