ବିହାରରେ ବିଷାକ୍ତ ମଦର ବନ୍ୟା, ୨ ଯବାନଙ୍କ ସହ ୪ ମୃତ

ତେଜୁଛି ରାଜନୀତି

ପାଟନା: ବିହାରରେ ଯେବେଠାରୁ ମଦ ବନ୍ଦ ହୋଇଛି, ସେବେଠାରୁ ମଦର ଚୋରା ବିକ୍ରି ବୃଦ୍ଧି ପାଇଛି। ଏହାର ଫାଇଦା ନେଇ ମଦ ମାଫିଆ ମଧ୍ୟ ବିଷାକ୍ତ ମଦ ବ୍ୟବସାୟ ବୃଦ୍ଧି କରିଛି। ଏହି ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଏହି ମାମଲାରେ ବର୍ତ୍ତମାନ କାହାକୁ ଗିରଫ କରାଯାଇ ନାହିଁ।

ସେପଟେ ଏହି ମାମଲା ନେଇ ସମସ୍ତିପୁରର ଏସପି ମାନବଜୀତ ସିଂହ ଢିଲ୍ଲୋ କହିଛନ୍ତି କି ଏହି ମଦକୁ ଜଣେ ଯବାନ ନେଇ ଆସିଥିବା ଜଣାପଡ଼ିଛି। ପୁଲିସକୁ ପ୍ରମାଣ ସ୍ବରୂପ ଏକ ମଦ ବୋତଲ ମଧ୍ୟ ମିଳିଛି। ତେବେ ବର୍ତ୍ତମାନ ଆମେ ଯବାନଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚୁରା କରିବୁ। ଏହି ମଦ କେଉଁଠାରୁ ଆଣିଥିଲେ ବୋଲି ସେ କହିଛନ୍ତି।

ସେପଟେ ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି। ଗୋପାଲଗଞ୍ଜରେ ମୃତକଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିଲା ବେଳେ ବୋତିଆ ଅଞ୍ଚଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଏବେ ରାଜ୍ୟରେ ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମସ୍ତ ବିରୋଧୀ ଟାର୍ଗେଟ କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି କି ପାର୍ବଣ ଋତୁ ପରେ ଆମେ ମଦବନ୍ଦ ଉପରେ ସମୀକ୍ଷା ବୈଠକ କରିଛନ୍ତି। ଏହାକୁ ଅଧିକ ପ୍ରଭାବୀ କରିବା ପାଇଁ ଅଭିଯାନ ଚଲାଇବୁ ବୋଲି ସେ କହିଛନ୍ତି।

biharliqureNews in OdiaOdia Newspoision liqure
Comments (0)
Add Comment