Mamita Meher Case: ସତ ମାନିଲା ଗୋବିନ୍ଦ, କାର ଭିତରେ ତଣ୍ଟି ଚିପି ହତ୍ୟା କରିଛି, ଅନେକ ଗୁମର ଖୋଲିଛି…

Mamita Meher Case: ବଲାଙ୍ଗୀର: ମମିତା ନିଖୋଜ ମିଷ୍ଟ୍ରିରେ ବଡ଼ ଖୁଲାସା । ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଉପରୁ ପରଦା ଉଠାଇଛନ୍ତି ଡିଆଇଜି ଦୀପକ କୁମାର। ଡିଆଇଜି ଦୀପକ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଗୋବିନ୍ଦ ସାହୁର ପରକୀୟା ପ୍ରିତି ସମ୍ପର୍କରେ ମମିତା ଜାଣିଥିଲେଯ ମମିତା ଏହି କଥା ଜାଣିଥିବା ନେଇ ଗୋବିନ୍ଦ ମଧ୍ୟ ଅବଗତ ଥିଲେ। ଫଳରେ ରାସ୍ତାରୁ ସବୁଦିନ ପାଇଁ ହଟାଇବାକୁ ଗୋବିନ୍ଦ ଷଡ଼ଯନ୍ତ୍ର କରିଥିଲେ। ପୂର୍ବ ଯୋଜନା ମୁତାବକ ମମିତାଙ୍କୁ କାରରେ ଆଣିଥିଲେ। ଗାଡ଼ି ମଧ୍ୟରେ ଯୁକ୍ତିତର୍କ ହେବାକୁ ଗଳା ଚିପି ମମିତାଙ୍କର ହତ୍ୟା କରିଥିଲେ ଗୋବିନ୍ଦ। ପରଦିନ ତାଙ୍କ ଶବକୁ ପୋତି ଦେଇଥିବା ଗୋବିନ୍ଦ ସ୍ବିକାର କରିଛି ବୋଲି ଡିଆଇଜି କହିଥିଲେ।

ପରକୀୟା ପ୍ରିତିରୁ ଲୋମଟାଙ୍କୁରା ହତ୍ୟାକାଣ୍ଡ: ଡିଆଇଜି
ଗୋବିନ୍ଦଙ୍କ ପରକୀୟା ପ୍ରିତି ସମ୍ପର୍କରେ ଜାଣିଥିଲେ ମମିତା
କାରରେ ଯୁକ୍ତି ତର୍କ ପରେ ହତ୍ୟା କରିଥିଲା ଗୋବିନ୍ଦ
ହତ୍ୟାର ପରଦିନ ପୋତିଥିଲା ହତ୍ୟାକାରୀ
ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ, ତଦନ୍ତ ପରେ ଜଣାପଡ଼ିବ:DIG
ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ

ସେପଟେ ଗତକାଲି ଠାରୁ ଗିରଫ କରିବା ଗୋବିନ୍ଦକୁ ରାତିସାରା ମାରାଥନ ଜେରା କରିଥିଲା ବଲାଙ୍ଗିର ପୋଲିସ। ଏହି ସମୟରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ମମିତାଙ୍କ ନିଖୋଜର ପୂରା ଘଟଣା ସେ କହିଥିବା ସୂଚନା ମିଳିଛି। ସତ ମାନିଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ।
ଗୋବିନ୍ଦ ସାହୁର ଅଟକ ୩ ସହଯୋଗୀଙ୍କୁ ବି ମାରାଥନ୍‌ ଜେରା ହୋଇଥିଲା। ଚାରି ଜଣଙ୍କୁ ମୁହାଁମୁହିଁ ଜେରା କରିଥିଲା ପୋଲିସ । ଅନ୍ୟ ୩ ଜଣ ହେଲେ ମହାଲିଙ୍କ ଖେଳ ପଡ଼ିଆର ନିର୍ମାଣ କାମରେ ନିୟୋଜିତ ଜେସିବି ଡ୍ରାଇଭର, ରାତି ଜଗୁଆଳି ଓ କଲେଜ ଅଧ୍ୟକ୍ଷ। ୪ ଜଣଙ୍କୁ ପଚରାଉଚରା ବେଳେ ପୋଲିସ

ହାତରେ ବହୁ ସୁରାକ ଓ ତଥ୍ୟ ପ୍ରମାଣ ଲାଗିଛି। ମମିତା ନିଖୋଜ ହେବା ଓ ମହାଲିଙ୍କ ଖେଳ ପଡ଼ିଆରୁ ଗୋଟିଏ ମୃତଦେହର ଅଂଶ ମିଳିବା ଘଟଣାରେ ଗୋବିନ୍ଦ ଗୋଟି ଗୋଟି ସତ କହିଛି । ଉଦ୍ଧାର ହୋଇଥିବା ମୃତଦେହ କାହାର ? କେମିତି ମାଟିତଳେ ପୋତାଯାଇଥିଲା ? ମାଟି ତଳେ ମୃତଦେହ ପୋତିବାରେ କେଉଁମାନେ ସହଯୋଗ କରିଛନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ପୋଲିସକୁ ଦେଇଛି ଗୋବିନ୍ଦ । ସେପଟେ ମମିତା ମେହେର ନିଖୋଜ ମିଷ୍ଟ୍ରିରେ ରିପୋର୍ଟ ତଲବ କଲେ ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ବଲାଙ୍ଗିର ଓ କଳାହାଣ୍ଡି ଏସିଙ୍କୁ ରିପୋର୍ଟ ମାଗିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣାକୁ ତୀବ୍ର ନିନ୍ଦା କରିବା ସହ ସବୁ ଦିଗକୁ ନେଇ ତଦନ୍ତ ହେବ ବୋଲି କହିଛନ୍ତି ମୀନତି ବେହେରା ।
୫ ଦିନିଆ ରିମାଣ୍ଡରେ ଗୋବିନ୍ଦ
ଗତକାଲି ଆଖୁ ବାଡ଼ିରୁ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ରାତି ତମାମ ଜେରା କରାଯାଇଥିଲା। ଏହି ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଥିଲା ଗୋବିନ୍ଦ। ତେବେ ଆଜି ଗୋବିନ୍ଦକୁ ବଙ୍ଗୋମୁଣ୍ଡା ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯାଇଛି। ମହାଲିଙ୍ଗରୁ ଗୋବିନ୍ଦଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବଙ୍ଗୋମୁଣ୍ଡାକୁ ନିଆୟାଇଥିଲା। ସେଠାରେ ଗୋବିନ୍ଦକୁ ହାଜର କରିବା ସହିତ ୫ ଦିନ ରିମାଣ୍ଡରେ ନେବା ପାଇଁ ମଧ୍ୟ ପୁଲିସ ଆବେଦନ କରିଛି।

Bolangir NewsCrime NewsDIG Deepak KumarGobinda Sahoolocal newsMamita MeherMamita Meher CaseNews in OdiaOdia NewsOdisha CrimeOdisha crime newsOdisha NewsOdisha Police
Comments (0)
Add Comment