Take a fresh look at your lifestyle.

Deadbody Found at Singhu border: ସିଂଘୁ ସୀମାରୁ ଆସିଲା ଅଭାବନୀୟ ଚିତ୍ର: କୃଷକ ଆନ୍ଦୋଳନ ସ୍ଥଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

0 840

Get real time updates directly on you device, subscribe now.

Deadbody Found at Singhu border: ନୂଆଦିଲ୍ଲୀ: ଦିଲ୍ଲୀ-ହରିଆଣା ସୀମାରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଦିଲ୍ଲୀର ସିଂଘୁ ସୀମାରେ ଚାଲିଥିବା କୃଶକ ଆନ୍ଦୋଳନ ସ୍ଥଳରୁ ଏହି ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବେଶ ବିଚଳିତ କରିଛି। ଆଜି ଭୋର ସମୟରେ ଜଣେ ଯୁବକ ମୃତଦେହ ଆନ୍ଦୋଳନର ମୁଖ୍ୟ ମଞ୍ଚ ନିକଟରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। କେହି ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପାଇଁ ନିହଙ୍ଗଙ୍କୁ ଦାୟୀ କରାଯାଇଛି। ମୃତଦେହରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଚିହ୍ନ ରହିଛି। ଅଭିଯୁକ୍ତମାନେ ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କର ଗୋଟିଏ ହାତକୁ କାଟି ନେଇଥିବା ଦେଖିବାକୁ ମିଳିଛି। ହାତକୁ କାଟିବା ପରେ ମୃତଦେହକୁ ବ୍ୟାରିକେଡ଼ରେ ଟାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଫଳରେ ଏହି ଘଟଣା ସାମ୍ନାକୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ବେଶ ଆକ୍ରୋଶ ଦେଖିବାକୁ ମିଳିଛି।

ତେବେ ମୃତଦେହକୁ ଦେଖିବାକୁ ଘଟଣାସ୍ଥଳରେ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଉକ୍ତ ଆନ୍ଦୋଳନକାରୀମାନେ ଘଟଣାସ୍ଥଳକୁ ପୋଲିସକୁ ମଧ୍ୟ ଛାଡ଼ିନଥିବା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ସେପଟେ ଏହାକୁ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହି ମାମଲା ଉପରେ ବିଜେପି ନେତା ଅମିତ ମାଲବୀୟ ଟ୍ବିଟ କରି କହିଛନ୍ତି କି, ବଳାତ୍କାର, ହତ୍ୟା, ବେଶ୍ୟାବୃତ୍ତି, ହିଂସା ଓ ଅରାଜକତା… କୃଷକ ଆନ୍ଦୋଳନ ନାଁରେ ଏଠି କଣ ସବୁ ଚାଲିଛି ବୋଲି ଟ୍ବିଟରେ ସେ ଉଲ୍ଲେଖ କରିଛନ୍ତି। ହରିଆଣାର କୁଣ୍ଡଲି ସୀମାରେ ମଧ୍ୟ ଯୁବକଙ୍କ ବର୍ବର ହତ୍ୟା। ଏଠାରେ କଣ ସବୁ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି। କୃଷକ ଆନ୍ଦୋଳନ ନାଁରେ ଏହି ଅରାଜକତା କରୁଥିବା ଏହି ଲୋକମାନେ କିଏ ସବୁ ଯିଏ ଚାଷୀଙ୍କୁ ବଦନାମ କରୁଛନ୍ତି ବୋଲି ଶ୍ରୀ ମାଲବୀୟ ଟ୍ବିଟରେ ପ୍ରଶ୍ନ କରିଛନ୍ତି।

ସେ ଆହୁରି ମଧ୍ୟ ନିଜ ଟ୍ୱିଟରେ ଲେଖିଛନ୍ତି, ‘ଯଦି ରାକେଶ ଟିକାଇଟ ଲକ୍ଷ୍ମୀପୁରରେ ଭିଡ଼ହିଂସାକୁ ଯଥାର୍ଥତା ଦେଇ ନଥାନ୍ତେ, ତେବେ କୁଣ୍ଡଲୀ ସୀମାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇ ନଥାନ୍ତା। କୃଷକଙ୍କ ନାମରେ ଏହି ବିରୋଧ ପଛରେ ଥିବା ହିଂସାକାରୀମାନଙ୍କୁ ଗିରଫ କରିବାର ଆବଶ୍ୟକ ରହିଛି ବୋଲି ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ସେହିପରି ସୋନିପତର ଡିସିପି ହଂସରାଜ କହିଛନ୍ତି କି ଆଜି ସକାଳ ପ୍ରାୟ ଭୋର ୫ଟା ସମୟରେ ଏକ ମୃତଦେହକୁ ଉଦ୍ଧାର କରାଯାଇଛି। ଉଦ୍ଧାର ସମୟରେ ଉକ୍ତ ଯୁବକର ହାତ ଓ ଗୋଡ଼କୁ କାଟି ଦେଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ କିଏ ଦାୟୀ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଅଜଣା ଶବ ଭାବେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଭାଇରାଲ ଭିଡ଼ିଓକୁ ମଧ୍ୟ ଯାଞ୍ଚ କରାଯାଉଥିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.