Take a fresh look at your lifestyle.

ତାଲିବାନର ଧମକ, କହିଲା ସୁଧୁରି ଯାଅ, ନହେଲେ…

ହକ୍କାନୀକୁ ବ୍ୟାନ କରିବ ଆମେରିକା

0 804

Get real time updates directly on you device, subscribe now.

କାବୁଲ: ଆଫଗାନିସ୍ତାନରେ (Afghanistan) ନୂଆ ସରକାରକୁ ନେଇ ଆମେରିକା (America) ଚିନ୍ତା ପ୍ରକଟ କରିଛି। ଆମେରିକା (America) କହିଛି କି ଆଫଗାନ ସରକାରରେ (Afghanistan Government) ଯେଉଁମାନଙ୍କୁ ଯୋଡ଼ା ଯାଇଛି, ସେମାନଙ୍କ ଟ୍ରାକ ରେକର୍ଡ ଉପରେ ବିଶ୍ବାସ କରାଯାଇ ପାରିବ ନାହିଁ। ତେବେ ଆମେରିକାର ଏହି ବୟାନ ଉପରେ ତାଲିବାନ ଭଡ଼କି ଉଠିଛି। ତାଲିବାନ (Taliban) ସିଧାସଳଖ କହିଛି କି ଏଭଳି ବୟାନ କିମ୍ବା କୌଣସି ପ୍ରକାର ବ୍ୟାନକୁ ବରଦାସ୍ତ କରାଯିବ ନାହିଁ।

ତାଲିବାନ (Taliban) ଦ୍ବାରା ଜାରି କରାଯାଇଥିବା ବୟାନରେ କୁହାଯାଇଛି କି ଆମେରିକା ହକ୍କାନୀ (Sirajuddin Haqqani) ଗୁଟକୁ ନେଇ ଯେଉଁଭଳି ବୟାନ ଦେଇଛି, ତାହା ସମ୍ପୂର୍ଣ୍ଣ ଭାବେ ଦୋହା ଚୁକ୍ତି ଉଲ୍ଲଂଘନ କରାଯାଇଛି। ଏଭଳି ବୟାନ ଆମେରିକା କିମ୍ବା ତାଲିବାନ, କାହାର ମଧ୍ୟ ଅଧିକାର ନାହିଁ ବୋଲି ତାଲିବାନ ସୂଚନା ଦେଇଛି । ତାଲିବାନ ଆହୁରି ମଧ୍ୟ କହିଛି କି ହକ୍କାନୀ ସାହେବଙ୍କ ପରିବାର ମଧ୍ଯ ଇସ୍ଲାମିକ ଏମିରେଟର ମଧ୍ୟ ଅଂଶବିଶେଷ । ସେ ଆମ ଠାରୁ ଭିନ୍ନ ନୁହନ୍ତି। ଏପରି ସ୍ଥଳେ ଚୁକ୍ତି ଅନୁଯାୟୀ ଇସଲାମିକ ଏମିରେଟ୍ସର ସମସ୍ତ ସଦସ୍ୟ ସଂଯୁକ୍ତ ରାଷ୍ଟ୍ ଓ ଆମେରିକାକୁ ବ୍ଲାକ ଲିଷ୍ଟରୁ ତୁରନ୍ତ ହଟାଇ ଦିଆଯିବା ଉଚିତ ବୋଲି ସେ କହିଛି।

ଆମେରିକା ଓ ଅନ୍ୟ ରାଷ୍ଟ୍ର ଦ୍ବାରା ଇସ୍ଲାମିକ ଏମିରାତକୁ ନେଇ ଯେଉଁ ବୟାନ ଦିଆଯାଉଛି, ତାହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏଭଳି ବୟାନ ଉପରେ ରୋକ ଲଗାଯିବା ନେଇ ତାଲିବାନ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ନିକଟରେ ଘୋଷଣା କରାଯାଇଥିବା ଆଫଗାନିସ୍ତାନର ମଧ୍ୟବର୍ତ୍ତୀକାଳୀନ ସରକାରରେ ଏଭଳି ଏକାଧିକ ନାଁ ରହିଛି, ଯାହା ଆମେରିକାର ଆତଙ୍କବାଦୀଙ୍କ ହିଟଲିଷ୍ଟରେ ନାଁ ରହିଛି । କିମ୍ବା ସେମାନଙ୍କ ମୁଣ୍ଡ ଉପରେ ଆମେରିକା ପୁରସ୍କାର ରାଶି ଘୋଷଣା କରିଛି। ତେବେ ଏହି ନାଁଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ନାଁ ହେଉଛି ସିରାଜୁଦ୍ଦିନ ହକ୍କାନୀ।

ସିରାଜୁଦ୍ଦିନ ହକ୍କାନୀର ମୁଣ୍ଡ ଉପରେ ୧୦ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା। ହକ୍କାନୀ ବର୍ତ୍ତମାନ ହକ୍କାନୀ ଗ୍ରୁପର ପ୍ରମୁଖ ଭାବେ କାର୍ଯ୍ୟ କରୁଛି। ହକ୍କାନୀ ଗ୍ରୁପ ଏକ ଆତଙ୍କବାଦୀ ସଂଗଠନ ବୋଲି ଆମେରିକା ଘୋଷଣା କରିଛି। ତାଲିବାନର ନୂଆ ସରକାର ଗଠନ ପରେ ଆମେରିକା କହିଥିଲା କି ତାଲିବାନ କହିବା ପରିବର୍ତ୍ତେ ଭବିଷ୍ୟତରେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବ। କ୍ୟାବିନେଟରେ ଆତଙ୍କବାଦୀଙ୍କ ସ୍ଥାନକୁ ନେଇ ଆମେରିକା ନିନ୍ଦା କରିଥିଲା । ମହିଳା ଓ ମାନବାଧିକାରକୁ ନେଇ ଯେଉଁ ପ୍ରତିଶୃତି ରହିଥିଲା ସେ ସମ୍ପର୍କରେ ଆମେରିକା ଚେତାଇ ଦେଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.