Take a fresh look at your lifestyle.

ଉତ୍ତରପ୍ରଦେଶରୁ ଆସିଲା ଛାତି ଥରାଇଲା ଭଳି ଦୃଶ୍ୟ

0 603

Get real time updates directly on you device, subscribe now.

ଲକ୍ଷ୍ନୌ: ନିକଟରେ ସୋସିଆଲ ମିଡ଼ିଆରେ ଛାତି ଥରାଇଲା ଭଳି ଏକ ଦୃଶ୍ୟ ଭାଇରାଲ ହୋଇଥିଲା। ଉକ୍ତ ଦୃଶ୍ୟରେ ଜଣେ ଛାତ୍ରୀଙ୍କୁ ଓଲଟା ଝୁଲାଇଥିଲେ ଜଣେ ଶିକ୍ଷକ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଉକ୍ତ ଶିକ୍ଷକଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଥିଲା। ତେବେ ଉକ୍ତ ଭିଡ଼ିଓରେ ଦେଖାଯାଇଥିବା ଘଟଣା ଉତ୍ତର ପ୍ରଦେଶର ବୋଲି ସୋସିଆଲ ମିଡ଼ିଆରେ ଦାବି ହୋଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରବୀଣ କୁମାର ଲକ୍ଷକର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ଉକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିବା ଜଣାପଡ଼ିଛି।

 

ସୂଚନାଯୋଗ୍ୟ ଏହି ଘଟଣାଟି ଅହରୌରା ଅଞ୍ଚଳରେ ଥିବା ସଦଭାବନା ଶିକ୍ଷଣ ଜୁନିଅର ବିଦ୍ୟାଳୟରେ ଘଟିଥିଲା। ସ୍କୁଲର ଅଧ୍ୟକ୍ଷ ମନୋଜ ବିଶ୍ବକର୍ମା, ଦ୍ବିତୀୟ ଶ୍ରେଣୀର ଛାତ୍ରୀ ସୋନୁ ଯାଦବଙ୍କୁ ଓଲଟା ଟଙ୍ଗାଇ ଦେଇଥିଲେ। ଅଭିଯୋଗ ହୋଇଥିଲା କି ଖାଇବା ସମୟରେ ସୋନୁ ଦୁଷ୍ଟାମୀ କରୁଥିଲେ। ଫଳରେ ଅଧ୍ଯକ୍ଷ ଶ୍ରୀ ବିଶ୍ବକର୍ମା ବିରକ୍ତି ହେବା ସହିତ ଏଭଳି ଦଣ୍ଡ ଦେଇଥିଲେ। ବିରକ୍ତି ଭାବ ପ୍ରକାଶ କରି ଶ୍ରୀ ବିଶ୍ବକର୍ମା ସୋନୁଙ୍କର ଗୋଟିଏ ଗୋଡ଼କୁ ଧରି ଓଲଟା ଝୁଲାଇ ରଖିଥିଲେ। ସେହି ସମୟରେ ନିକଟରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ତେବେ ସୋନୁ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କୁ ସେଠାରୁ ଆଣିଥିଲେ ଅଧ୍ୟକ୍ଷ। ତେବେ ଏ ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଥିଲା।

ଉକ୍ତ ରେକର୍ଡ ହୋଇଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏନେଇ ସୋନୁଙ୍କ ବାପା କୁହନ୍ତି ମୋ ଝିଅ କେବଳ ଅନ୍ୟ ପିଲାଙ୍କ ସହିତ ଗୁପଚୁପ ଖାଇବାକୁ ଯାଇଥିଲା। ସେ ସାମାନ୍ୟ ଦୁଷ୍ଟାମୀ କରିଥାଏ ବୋଲି ସେ କହିଥିଲେ। ଅଧ୍ୟକ୍ଷଙ୍କ ଏଭଳି କାର୍ଯ୍ୟକୁ ସେ ନିନ୍ଦା କରିବା ସହିତ ମୋ ଝିଅର ଜୀବନ ପ୍ରତି ବିପଦ ରହିଥିବା ନେଇ ସେ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.