Take a fresh look at your lifestyle.

Punjab New Chief Minister: ଚରଣଜୀତ ସିଂହ ଚନ୍ନୀ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ !

0 1,063

Get real time updates directly on you device, subscribe now.

Punjab New Chief Minister: ଚଣ୍ଡିଗଡ଼: ପଞ୍ଜାବରେ (Punjab) ରାଜନୈତିକ ଅସ୍ଥିରତା (Political Crisis) ମଧ୍ୟରେ କଂଗ୍ରେସ (Congress) ତାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ବିଧାୟକ ଦଳ ନେତା ଦୌଡ଼ରେ ସୁଖଜିନ୍ଦର ସିଂହଙ୍କ (Sukhjinder singh) ନାଁ ଆଗରେ ରହିଥିଲା। ମାତ୍ର ତାଙ୍କୁ ପଛରେ ପକାଇ ଚରଣଜୀତ ସିଂହ ଚନ୍ନୀଙ୍କ (Charanjit Singh Channi) ନାମରେ ମୋହର ମାରିଛି ଦଳ। ଏଣିକି ଚରଣଜୀତ ସିଂହ ପଞ୍ଜାବର କମାଣ ସମ୍ଭାଳିବେ। ରବିବାର କଂଗ୍ରେସର ମଧ୍ୟବର୍ତ୍ତିକାଳୀନସଭାପତି ସୋନିଆ ଗାନ୍ଧୀ ଚରଣଜୀତ ସିଂହଙ୍କ ନାମରେ ମୋହର ଲଗାଇଛନ୍ତି। ପଞ୍ଜାବର କଂଗ୍ରେସ ପ୍ରଭାରୀ ଟ୍ୱିଟ୍ କରି ଏହା ଘୋଷଣା କରିଛନ୍ତି।

Also Read: ପଞ୍ଜାବ କଂଗ୍ରେସରେ କମ୍ପନ
ସୂତ୍ରରୁ ଜଣାପଡିଛି ଯେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ବିଧାୟକ ବୈଠକରେ ଭୋଟ୍ ହୋଇଥିଲା ଯେଉଁଥିରେ ସୁନୀଲ ଜାଖଡ଼ ସର୍ବାଧିକ ଭୋଟ୍ ପାଇଥିଲେ। ଅନ୍ୟପକ୍ଷରେ ସୁଖଜିନ୍ଦର ସିଂ ରାନ୍ଧୱା ଦ୍ୱିତୀୟ ଏବଂ ପ୍ରୀତି କୌର ତୃତୀୟ ସ୍ଥାନରେ ରହିଛନ୍ତି। କିନ୍ତୁ ଶିଖ୍ ପ୍ରାର୍ଥୀଙ୍କ ଜୋର ଦିଆଯାଉଥିବାରୁ ଦଳର ହାଇ କମାଣ୍ଡ ଚରଣଜିତ ସିଂ ଚନ୍ନୀଙ୍କ ନାମକୁ ଚୟନ କରିଥିଲେ। ନୂତନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅମ୍ବିକା ସୋନିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। କିନ୍ତୁ ଅସୁସ୍ଥତା ଦର୍ଶାଇ ସେ ମୁଖ୍ୟମନ୍ତ୍ରୀ ହେବାକୁ ମନା କରିଦେଇଥିଲେ। ଜଣେ ଶିଖଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସେ କହିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.