ନୂଆଦିଲ୍ଲୀ: ବୈଦୁତିକ ଉପକରଣ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ । ଅଫିସ କାମ ହେଉ ଅବା ଘରର ଅନ୍ୟାନ କାମ, ସବୁଠି ଏହାର ଆବଶ୍ୟକତା ଲୋଡ଼ୁଛେ । କମ୍ପ୍ୟୁଟର, ଟିଭି, ରୋଷେଇ ଘରେ ଗ୍ରାଇଣ୍ଡର, ଫ୍ୟାନ, ଏସି ଏମିତି ଅନେକ କିଛି ଚଳାଇବାକୁ ହେଲେ ଏହାର ଆବଶ୍ୟକତା ଅନେକ ଜରୁରୀ ହୋଇ ପଡ଼ିଛି । ଠିକ ସେହିପରି ଏହା ଉପରେ ନିୟନ୍ତ୍ରଣ ଆଣିବା, ବା ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବାକୁ ଘରେ ସୁଇଚ ମାନ ବ୍ୟବହାର ହୋଇଥାଏ । ଆବଶ୍ୟକ ପଡ଼ିଲେ ସୁଇଚକୁ ଅନ କରୁ, ଅନାବଶ୍ୟକ ଟାଇମରେ ଆମେ ସୁଇଚକୁ ଅଫ କରିଥାଉ । ଏହି On-Off ପାଇଁ ସୁଇଚରେ ଏକ ଚିହ୍ନ ଦିଆଯାଇଥାଏ ।
ଏକ ଗୋଲ ମଧ୍ୟରେ ଗାରଟିଏ ଥାଏ । ହେଲେ କେବେ ଚିନ୍ତା କରିଛନ୍ତି କି ଏହି ଚିହ୍ନଟି ଏପରି କାହିଁକି ହୋଇଥାଏ । ଏହି ପ୍ରତୀକ ସହିତ ଆମେ ସମସ୍ତେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କିନ୍ତୁ ଏହି ଚିହ୍ନଟି ସୃଷ୍ଟି ହେବା ପଛରେ ଏକ କୌତୁହଳ କାହାଣୀ ମଧ୍ୟ ରହିଛି ।
କାହାଣୀ କିଛି ଏଭଳି । ସେହି ଯେଉଁ ପ୍ରତୀକ ରହିଛି, ସେଥିରେ ଆମେ ଏକ ଗୋଲ ବା ଶୂନ (Zero-0) ଓ ଏକ (one-1) ରହିଛି । ଏହି ଦୁଇଟି ନମ୍ବର ବାଇନାରୀ ନମ୍ବରରୁ ଆସିଅଛି । ବାଇନାରୀ ନମ୍ବର 0 ଓ 1 କମ୍ପ୍ୟୁଟର ଭାଷାରେ ଅନ ଓ ଅଫକୁ ଉପସ୍ଥାପିତ କରେ । ତେବେ ଏହି ଚିହ୍ନ ବ୍ୟବହାର ପୂର୍ବରୁ WWII ପାଖାପାଖି ଥିଲା । ପାଓ୍ୱାର ଅଫ ଓ ଅନ ସୁଇଚ ଗୁଡ଼ିକରେ ଲେଖା ଯାଉଥିଲା । ତେବେ ଏହି ଲେଖାକୁ ପରିବର୍ତ୍ତନ କରିବାକୁ ଯେତେବେଳେ ଇଞ୍ଜିନିୟର୍ସ ମାନେ ଚିନ୍ତା କଲେ । ପରେ ଏହାକୁ ପରିବର୍ତ୍ତନ କରିବାକୁ ଇଞ୍ଜିନିୟର୍ସମାନେ ପ୍ରୟାସ ଆରମ୍ଭ କରିଦେଇଥିଲେ ।
ତେବେ କିଛି ସମୟ ଗବେଷଣା କରିବା ପରେ ବାଇନାରୀ ନମ୍ବରରୁ ଏହି ଦୁଇଟି ସଂଖ୍ୟାକୁ ଆଣି ପ୍ରତୀକ ସୃଷ୍ଟି କରିଥିଲେ । ପରେ ଏହାକୁ ଟୋଗଲ ସୁଇଚରେ ବ୍ୟବହାର କରାଯାଇଥିଲା । ପୂର୍ବରୁ ଟୋଗଲ ସୁଇଚରେ ଅନ ଓ ଅଫ ଲେଖାଯାଉଥିବା ବେଳେ ପରେ ଏହି ଚିହ୍ନ ବ୍ୟବହାର କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଅଫ ଓ ଅନ ସୁଇଚ ସର୍ବତ୍ର ବ୍ୟବହାର ହେବାକୁ ଲାଗିଲା । ପରେ ୧୯୭୩ ମସିହାରେ ଆନ୍ତର୍ଜାତୀୟ ଇଲେକ୍ଟ୍ରୋଟେକ୍ନିକାଲ କମିଶନ ତଥା ଆଇଇସି ଏହି ଚିହ୍ନକୁ ଅନୁମୋଦନ କରିଥିଲା । ମାତ୍ର ଏତିକିରେ ସରିନଥିଲା ଏହି ଚିହ୍ନର କାହାଣୀ ।
ଆପଣମାନେ ଆଜି ଯେଉଁ ରୂପରେ ଏହାକୁ ଦେଖୁଛନ୍ତି, ତାହାର ଯାତ୍ରା ଆଇଇସି କମିସନ ଅନୁମୋଦନ ପରେ ଆରମ୍ଭ ହୋଇଥିଲା । ସୁଇଚର ଗୋଟିଏ ପଟେ ଅନ ବା 1 ଓ ଅନ୍ୟପଟେ ଅଫ ବା 0 ଲେଖାଯାଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ଇଞ୍ଜିନିୟରମାନେ ଭଙ୍ଗା ଗୋଲ ମଧ୍ଯରେ ଗାର ବା ଜିରୋ ମଧ୍ୟରେ ଓ୍ବାନକୁ ରଖିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ରୂପ ଦିଆଯାଇଥିଲା ।