Take a fresh look at your lifestyle.

Accident: ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି

0 481

Get real time updates directly on you device, subscribe now.

ଭୁବନେଶ୍ୱର: ଓଡ଼ିଶା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ପାଇଛି। ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟରେ ଓଡ଼ିଶା ର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଜନିତ ମୃତ୍ୟୁ ହାର କମିଛି। ଯଦି ଦେଖିବ ଚଳିତବର୍ଷ ଶତକଡା 4.01 ପ୍ରତିଶତ ହ୍ରାସ ପାଇଛି। ଜୁଲାଇ 2021 ରେ 399 ଜଣଙ୍କର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ବେଳେ 2022 ଜୁଲାଇ କୁ ଏହା 383 କୁ ଖସି ଆସିଛି।

ସୂଚନାଯୋଗ୍ୟ ବର୍ଷ ର ତ୍ରୟମାସିକ ରେ ରାଜ୍ୟ ଦୁର୍ଘଟଣା ରେ 10 ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର 7.55 ପ୍ରତିଶତ କୁ ଖସି ଆସିଛି। ଯାହା ରାଜ୍ୟ ପରିବହନ ବିଭାଗ ପାଇଁ ଖୁସି ଖବର । ରାଜ୍ୟରେ ସଡ଼କ ସୁରକ୍ଷା ନିୟମ କୁ କଡାକଡି ପାଳନ କରିବା ର ଏହା ହେଉଛି ନିଷ୍କର୍ଷ । 2021 ରୁ 22 ମଧ୍ୟରେ ମୋଟ 2,47,945 ଟି ଇ ଚାଲାଣ କଟା ଯାଇଛି। କିନ୍ତୁ ଚଳିତ ବର୍ଷ ଅର୍ଥାତ 22-23 ବର୍ଷର ଏପ୍ରିଲ ରୁ ସେପ୍ଟେମ୍ବର ମଧ୍ୟରେ 2,86,682 ଇ ଚାଲାଣ କଟା ଯାଇଛି। ଯାହା ଦ୍ୱାରା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟ ସଂଖ୍ୟା ଉପରେ ହ୍ରାସ ପରିଲକ୍ଷିତ ହୋଇଛି। ଏହି ଦିଗ ଆଗମୀ ଦିନରେ ମଧ୍ୟ ବଳବତ୍ତର ରହିବ ବୋଲି କହିଛନ୍ତି ରାଜ୍ୟ ପରିବହନ ବିଭାଗ ଡେପୁଟି କମିଶନର ଲାଲମୋହନ ସେଠି।

Get real time updates directly on you device, subscribe now.

Leave A Reply

Your email address will not be published.