Take a fresh look at your lifestyle.

ଅନୁଗୋଳରେ ପ୍ରେସ ଦିବସ ପାଳିତ, ସାମ୍ବାଦିକ ସୁଧିରେନ୍ଦ୍ର ପରିଜା ସମ୍ମାନିତ

0 416

Get real time updates directly on you device, subscribe now.

ଅନୁଗୋଳ: ଜାତୀୟ ପ୍ରେସ ଦିବସ ପାଳିତ । ଅନୁଗୁଳ ଜିଲା ସଦର ମହକୁମାଠାରେ କାର୍ଯ୍ୟରତ ଜିଲା ସ୍ତରୀୟ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଅନୁଗୁଳ ସହର ର ଦୁର୍ଗା ମଣ୍ଡପ ପଡିଆ ପରିସରରେ ଥିବା ଜୟ ଦୁର୍ଗା ୟୁଥ କ୍ଳବ ଠାରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଭିନ୍ନ ସମୟରେ ଉଭୟ ସରକାର ଓ ଜିଲା ପ୍ରଶାସନ ସାମ୍ବାଦିକ ଙ୍କ କ୍ଷେତ୍ରେ ରେ ଟାଳଟୁଳ ନୀତି ଅବଲ୍ବମ୍ବନ କରୁଥିବା ନେଇ ବ୍ୟଠକ ରେ ମତ ପ୍ରକାଶ ପାଇଥିଲା । ନିକଟରେ ସାମ୍ବାଦିକ ମାନଙ୍କୁ ଉଦେଶ୍ୟ ମୁଲକ ଭାବେ ବୀମା ଜୋଜାନରୁ ବଞ୍ଚିତ କରାଯିବା ନେଇ ବ୍ୟଠକ ରେ ଉପସ୍ଥିତ ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରିଥିଲେ । ତେଣୁ ସମସ୍ତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ନିଜ ନ୍ୟାର୍ଯ୍ୟ ଦାବି ହାସଲ ନିମନ୍ତେ ସଂଗ୍ରାମ ଜାରି ରଖିବାକୁ ନିଷ୍ପତ୍ତି ହୋଇଥିଲା ।
କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ , ସାମ୍ବାଦିକତା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ସୁଧୀରେନ୍ଦ୍ର ପରିଜା ଙ୍କୁ ପୁଷ୍ପଗୁଚ୍ଛ ,ମାନପତ୍ର ଓ ଉପଢୌକନ ଦେଇ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ ।

 

 

Get real time updates directly on you device, subscribe now.

Leave A Reply

Your email address will not be published.