Take a fresh look at your lifestyle.

ନାଲକୋରେ କୋଇଲା ସଙ୍କଟ ଗୁରୁତର !

0 549

Get real time updates directly on you device, subscribe now.

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ରାଷ୍ଟ୍ରାୟତ ଉଦ୍ୟୋଗ ନବରତ୍ନ ପ୍ରାପ୍ତ ଆଲୁମିନିୟମ କମ୍ପାନୀ ନାଲକୋ ବର୍ତମାନ ଗଭୀର କୋଇଲା ସଙ୍କଟ ଦେଇ ଗତି କରୁଥିବା ନେଇ ସ୍ଥାନୀୟ ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି । ଯଦି ଓ ଏନେଇ ନାଲକୋ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ । ତେବେ ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ରେ ଏଭଳି ଖବର କୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଶ୍ରମିକ ସଂଗଠନ ର ନେତୃମଣ୍ଡଳୀ ଙ୍କ କହିବା କଥା
୨୦୧୮ ଏପ୍ରିଲରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ନାଲକୋ ଓ ଏମସିଏଲ ମଧ୍ୟରେ ଚୁକ୍ତିନାମା ଅନୁଯାୟୀ ଏମସିଏଲ ବର୍ଷକୁ ୪୭ଲକ୍ଷ ୧୬ହଜାର ମେଟ୍ରିକ ଟନ ଲିଙ୍କେଜେ କୋଇଲା ଓ ୯ଲକ୍ଷ ମେଟ୍ରିକ ଟନ ବ୍ରିଜ ଲିଙ୍କେଜେ କୋଇଲା ଯୋଗାଣ କରିବା କଥା। କିନ୍ତୁ ୨୧/୨୨ ଆର୍ଥିକ ବର୍ଷରେ ଏମସିଏଲ୍ ୩୯ଲକ୍ଷ ଲିଙ୍କେଜେ କୋଇଲା ଓ ୩ଲକ୍ଷ ମେଟ୍ରିକ୍ ଟନ୍ ବ୍ରିଜ ଲିଙ୍କେଜ କୋଇଲା ଯୋଗାଣ କରିଥିଲା, ଯାହାକି ଚୁକ୍ତିନାମା ଠାରୁ ୧୪ ଲକ୍ଷ ମେଟ୍ରିକ୍ ଟନ୍ କମ୍ ଥିଲା। କମ୍ ଥିବା କୋଇଲାକୁ ଭରଣା କରିବା ପାଇଁ ନାଲକୋ ରାଜ୍ୟ ଗ୍ରିଡ୍ ରୁ ଜୁଲାଇ ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଦୈନିକ ୨୦୦ ମେଗାୱାଟ ବିଦ୍ୟୁତ କ୍ରୟ କରିବାକୁ ପଡ଼ିଥିଲା। ପ୍ରତେକ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସର୍ବାଧିକ କୋଇଲା ୫ଲକ୍ଷ ଟନରୁ ଅଧିକ କୋଇଲା ଗଚ୍ଛିତ ରଖିବାକୁ ଥିବା ବେଳେ ଯୋଗାଣ ଅଭାବରୁ ନାଲକୋ ମାତ୍ର ୩ଲକ୍ଷ ଟନ କୋଇଲା ଗଚ୍ଛିତ ରଖି ପାରିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ନିରନ୍ତର କୋଇଲା ଯୋଗାଣ ନହେବାରୁ ଏହା ବର୍ତ୍ତମାନ ଦେଢ଼ଲକ୍ଷ ଟନ କୋଇଲା ଗଚ୍ଛିତ ଅଛି। ଯେଉଁଥିରେ ୪୦ହଜାର ଟନ କାର୍ପେଟ୍ କୋଲ ଅଛି ଯାହାକି ସମୂର୍ଣ୍ଣ ଅନୁପଯୋଗୀ କୋଇଲା। ପ୍ରତେକ ଦିନ ନାଲକୋ ୧୮ହଜାରରୁ ୧୯ହଜାର ଟନ୍ କୋଇଲା ଆବଶ୍ୟକ କରୁଛି ଏବଂ ତତ୍ ସହିତ ବର୍ଷା ଦିନ ପୂର୍ବରୁ କୋଇଲା ଷ୍ଟକ୍ ମଧ୍ୟ ବଢେଇବା ଦରକାର ହେଉଛି, କିନ୍ତୁ ଏମସିଏଲ୍ ହାରାହାରି ଦୈନିକ ୧୩ହଜାରରୁ ୧୪ହଜାର ଟନ୍ କୋଇଲା ନାଲକୋକୁ ଯୋଗାଣ କରୁଛି। ଯାହାଦ୍ବାରା ନାଲକୋରେ ଗଚ୍ଛିତ ଥିବା କୋଇଲା ହ୍ରାସ ପାଉଛି। ଦୈନିକ ନାଲକୋ ସିପିପି ୧୦ରୁ ୮ଟି ୟୁନିଟରୁ ପ୍ରାୟତଃ ୯୧୦ରୁ ୯୧୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଛି, ସେଥିରୁ ସ୍ମେଲଟର୍ ପାଇଁ ୭୯୨ ମେଗାୱାଟ, ଦାମନଯୋଡି ପାଇଁ ୧୬ ମେଗାୱାଟ ଓ ନିଜସ୍ଵ ସହାୟକ ଖର୍ଚ୍ଚ ୧୦୦ ମେଗାୱାଟ ଦରକାର କରୁଥିବା ବେଳେ ନାଲକୋକୁ ନିରନ୍ତର କୋଇଲା ଯୋଗାଣ ନହେଲେ ଏହାର ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବ । ଏହା ସହିତ ରାଜ୍ୟ ଗ୍ରିଡ୍ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ନାଲକୋକୁ ବିଦ୍ୟୁତ ଆମଦାନୀ ପାଇଁ ନିଜର ଅକ୍ଷମତା ପ୍ରକାଶ କରିସାରିଛି। ଏହା ସହିତ
ଇ-ଅକ୍ସନ କୋଇଲା ବଜାର ଦର ଠୁ ବହୁ ଅଧିକ ହୋଇଥିଲେ ବି ତାହା ମଧ୍ୟ ଠିକ୍ ସେ ମିଳୁନାହିଁ।
ଏ ସମ୍ପର୍କରେ ନାଲକୋର ବରିଷ୍ଠ ଶ୍ରମିକ ନେତା ବିଭବ ଜେନା କୁହନ୍ତି ଏ ବର୍ଷ ୨୧/୨୨ ରେ ଏମସିଏଲ୍ ସର୍ବାଧିକ ରେକର୍ଡ ୧୬୩ ମିଲିୟନ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ଚୁକ୍ତିନାମା ଅନୁଯାୟୀ ଏମସିଏଲ୍ ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିବା ନାଲକୋକୁ ଆବଶ୍ୟକତା କୋଇଲା ଯୋଗାଣ ନକରିବା ନିଶ୍ଚିତ ଭାବରେ ଉଦବେଗଜନକ। ତତ୍ ସହିତ ଚୁକ୍ତି ଅନୁଯାୟୀ ରେଳବାଇ ମଧ୍ୟ ୧୪୦ ଟି କୋଲ୍ ରେକ ନାଲକୋକୁ ଯୋଗାଇବା କଥା , ତାହା ମଧ୍ୟ ରେଳବାଇ ଦେଉନାହିଁ। ସ୍ଥାନୀୟ ଶିଳ୍ପ ହିସାବରେ ଏକ ଲାଭଜନକ ସରକାରୀ ସଂସ୍ଥା ନାଲକୋକୁ ଅଗ୍ରାଧିକାର ଭିତ୍ତିରେ ଏମସିଏଲ କୋଇଲା ଯୋଗାଣ ଓ ରେଳବାଇ ରେକ ପ୍ରଦାନ କରୁ। ଏଥି ସହିତ ସରକାର ଯେଉଁ ନିୟମ ଲାଗୁ କରିଛନ୍ତି ଯେ କୋଇଲା ଭିତ୍ତିକ ନିଜସ୍ଵ ବିଦ୍ୟୁତ୍ ପ୍ଲାଣ୍ଟକୁ ଆବଶ୍ୟକତାର ୬୦ ପ୍ରତିଶତ କୋଇଲା ଯୋଗାଣ ଏକ ଅଭିସନ୍ଧିମୂଳକ ଉଦ୍ଦ୍ୟେଶ ରଖି ନାଲକୋ ଭଳି ଏକ ସ୍ଵର୍ଣ୍ଣପ୍ରସୁ କମ୍ପାନୀକୁ ରୁଗ୍ଣ କରି ଘରୋଇକରଣ କରିବା ପାଇଁ ମସୁଧା କରାଯାଉଛି । ଆଗାମୀ ଦିନରେ ଏଭଳି ଅବସ୍ଥା ଲାଗି ରହିଲେ ନାଲକୋର ଅବସ୍ଥା ଆହୁରି ସଙ୍କଟାପନ୍ନ ହେବ ଓ ଉଚ୍ଚ କର୍ତ୍ତୁପକ୍ଷ ଆଶୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଶ୍ରମିକ ନେତା ବିଭବ ଜେନା ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.