Take a fresh look at your lifestyle.

ନିଜ ସୁରକ୍ଷା ପାଇଁ ଥାନା ର ଦ୍ୱାରସ୍ଥ ହେଲେ ସମିତି ସଭ୍ୟ ପ୍ରାଥୀ

0 331

Get real time updates directly on you device, subscribe now.

ଅନୁଗୋଳ: ଚଳିତ ତ୍ରିସ୍ତରୀୟ ନିର୍ବାଚନ ରେ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅନ୍ତର୍ଗତ ଖଡକପ୍ରସାଦ ଗ୍ରାମର ଜ୍ୟୋତି ପ୍ରସାଦ ରାଉତ ନିଜ ସୁରକ୍ଷା ଦାବି କରିଛନ୍ତି। ଏହି ମର୍ମ ରେ ଆଜି ଶ୍ରୀ ରାଉତ ନିଜ ପରିବାର ଓ ସମର୍ଥକ ଙ୍କ ସହ ମୋଟଙ୍ଗା ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଥାନା ଅଧିକାରୀ ଙ୍କୁ କହିଥିବା ଜଣା ପଡ଼ିଛି । ଶ୍ରୀ ରାଉତ ପ୍ରକାଶ କରିଛନ୍ତି ଯେ , ସେ ଚଳିତ ନିର୍ବାଚନ ର ଫଳାଫଳ ପରେ ବିଜୟୀ ଘୋଶିତ ହେଲେ ବ୍ଲକ ଚେୟାରମ୍ୟାନ ହେବାକୁ ଇଛା ବ୍ୟକ୍ତ କରିଥିଲେ । ଏହା ଜାଣିବା ପରେ ଲଗାତାର ତିନି ଦିନ ହେବ ତାଙ୍କୁ କିଛି ଯୁବକ ପିଛା କରୁଥିବା ନେଇ ଅବଗତ ହେବା ପରେ ତାଙ୍କୁ ଅପହରଣ କରାଯିବାର ଷଡଯନ୍ତ୍ର ହେଉଥିବା ସେ ଅନୁମାନ କରିବାରୁ ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.