Take a fresh look at your lifestyle.

କେବଳ ନିଶା ପାଇଁ…

0 444

Get real time updates directly on you device, subscribe now.

ଆନନ୍ଦପୁର: ନିଶା ସେବନ ପାଇଁ ମାଆକୁ କଟୁରୀରେ ଆକ୍ରମଣ କରିଛି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଖଡିବିଲ ଗ୍ରାମରେ । ଗ୍ରାମର ମଣ୍ଟୁ ଜେନା ଆଜି ସକାଳୁ ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ନିଜ ମା ରଙ୍ଗବତୀ ଜେନାଙ୍କୁ ୫୦୦ ଟଙ୍କା ମାଗିଥିଲେ । ରଙ୍ଗବତୀ ମଣ୍ଟୁକୁ ୫୦୦ ଟଙ୍କା ଦେବାକୁ ଅସମର୍ଥ ହୋଇ ୩୦ ଟଙ୍କା ଦେଇଥିଲେ । ଆବଶ୍ୟକ ଟଙ୍କାନ ଦେବା ରୁ ମଣ୍ଟୁ ଏକ ଧାରୁଆ କତାରେ ରଙ୍ଗବତୀଙ୍କୁ ଆକ୍ରମଣ କରିଥିଲେ । ରଙ୍ଗବତୀଙ୍କ ମୁଣ୍ଡ ଏବଂ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ଫଳରେ ସେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ପରିବାର ଲୋକେ ରଙ୍ଗବତୀଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.