Take a fresh look at your lifestyle.

Punjab Political Crisis: ବିଜେପିରେ ମିଶି ପାରନ୍ତି କ୍ୟାପଟେନ

0 1,007

Get real time updates directly on you device, subscribe now.

Punjab Political Crisis:  ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂହ ଏବେ କଂଗ୍ରେସ ପାଇଁ କଣ୍ଟା ସାଜିଛନ୍ତି। ଚର୍ଚ୍ଚା ହେଉଛି ସେ ଖୁବ ଶୀଘ୍ର ବିଜେପିରେ ସାମିଲ ହୋଇ ପାରନ୍ତି। କାରଣ ଆଜି (ମଙ୍ଗଳବାର) ଦିଲ୍ଲୀ ଗସ୍ତରେ ଆସୁଛନ୍ତି କ୍ୟାପଟେନ। ଦିଲ୍ଲୀ ଗସ୍ତରେ ଆସି ଅମରିନ୍ଦର ସିଂହ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ମିଳିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ଅନୁଯାୟୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ଅପରାହ୍ଣରେ ଦିଲ୍ଲୀ ଗସ୍ତରେ ଆସିବେ। ତେବେ ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟ ଯାଇ ଜେପି ନଡ୍ଡା ଓ ଅମିତ ଶାହଙ୍କୁ ସାକ୍ଷାତ କରିବେ। ତେବେ ପଞ୍ଜାବ କଂଗ୍ରେସ ପାଇଁ ଅମରିନ୍ଦର ଏବେ କଣ୍ଟା ସାଜିଛନ୍ତି। କାରଣ ଏକାଧିକ କଂଗ୍ରେସ ବିଧାୟକ ମଧ୍ୟ କ୍ୟାପଟେନ ଅମରିନ୍ଦରଙ୍କ ସମ୍ପର୍କରେ ରହିଥିବା ସୂଚନା ରହିଛି। ଏହା ଫଳରେ ଦଳ ଏକ ବଡ଼ ଧରଣର କ୍ଷତି ସହିବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ରାଜ୍ୟରେ ବିଜେପି ସହିତ ନିର୍ବାଚନ ଲଢିଥିବା ଅକାଳି ଦଳ ଏଥର ବସପା ସହିତ ମେଣ୍ଟ କରିଛି। ଅକାଳି ଦଳ ତିନି କୃଷି ଆଇନକୁ ବିରୋଧ କରୁଥିବା ବେଳେ ବିଜେପି ସହିତ ନିଜର ସମ୍ପର୍କକୁ ମଧ୍ୟ ଶେଷ କରିଛି।

ଅନୁରୂପ ଭାବେ ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ପଞ୍ଜାବ ଗସ୍ତରେ ଯିବେ । ପଞ୍ଜାବ ଗସ୍ତରେ ଯାଇ ଅରବିନ୍ଦ କେଜରିଓ୍ୱାଲ ବ୍ୟବସାୟୀ ଓ ଟ୍ରେଡର୍ସ ମାନଙ୍କୁ ଭେଟିବେ ବୋଲି ସୂଚନା ରହିଛି। ତେବେ ପଞ୍ଜାବରେ କ୍ୟାପଟେନଙ୍କୁ ହଟାଇବା ପରେ ନୂତନ ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଚରଣଜୀନ ସିଂହ ଚନ୍ନୀ ଆଜି ମନ୍ତ୍ରୀମାନଙ୍କୁ ସେମାନଙ୍କର ବିଭାଗ ହସ୍ତାନ୍ତର କରିବେ। ମିଳିଥିବା ସୂଚନା ମୁତାବକ ମନପ୍ରିତ ବାଦଲଙ୍କୁ ଅର୍ଥ, ଡ. ରାଜ କୁମାର ବେରକାଙ୍କୁ ଡାକ୍ତରୀ ଶିକ୍ଷା ଓ ରିସର୍ଚ୍ଚ, କାକା ରଣଦୀପ ସିଂହଙ୍କୁ କୃଷି, ରାଣା ଗୁରଜୀତଙ୍କୁ ବୈଷୟିକ ଶିକ୍ଷା ଓ ରିସର୍ଚ୍ଚ, ଗୁରକୀରତ କୋଟଲିଙ୍କୁ ଉଦ୍ୟୋଗ, ବିଜୟ ଇନ୍ଦର ସିଂଗଲାଙ୍କୁ ପିଡବ୍ଲୁଡି, ପରଗଟ ସିଂହଙ୍କୁ ଶିକ୍ଷା, ସୁଖଜିନ୍ଦର ରାନ୍ଧଓ୍ୱାଙ୍କୁ ଗୃହ, ରାଜା ବରିଙ୍ଗଙ୍କୁ ପରିବହନ ବିଭାଗ ବଣ୍ଟନ କରାଯିବା ନେଇ ସୂଚନା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.