Take a fresh look at your lifestyle.

Men Hockey Final: ଫାଇନାଲ ସ୍ବପ୍ନ ଚୁରମାର, କାଂସ୍ୟ ଲକ୍ଷ୍ୟରେ ଭାରତ

0 880

Get real time updates directly on you device, subscribe now.

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ (Tokyo Olympics) ଭାରତୀୟ ପୁରୁଷ ଦଳର (Indian Men Hockey Team) ସ୍ବପ୍ନ ଚୁରମାର । ଫାଇନାଲ ଖେଳିବା ନେଇ ଭାରତୀୟ ପୁରୁଷ ହକି ଦଳର ଯେଉଁ ସ୍ବପ୍ନ ରହିଥିଲା, ଶକ୍ତିଶାଳୀ ବେଲଜିୟମ (Belgium) ଠାରୁ ପରାଜୟ ବରଣ କରିବା ପରେ ତାହା ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଛି । ସେମି ଫାଇନାଲ (Hockey Semifinal) ମ୍ୟାଚରେ ବେଲଜିୟମ ଠାରୁ ୫-୨ ଗୋଲ ବ୍ୟବଧାନରେ ପରାଜୟ ବରଣ କରିଛି ଭାରତ।

ଫାଇନାଲ ଦୌଡ଼ର ବାହାର ହୋଇଥିଲେ ମଧ୍ୟ ପଦକ ଆଶା ଏବେ ବଜାୟ ରହିଛି । ଭାରତ ବ୍ରୋଞ୍ଜ ପଦକ ପାଇଁ ପୁଣି ଥରେ ମୈଦାନକୁ ଓହ୍ଲାଇବ । ସେପଟେ ୧୯୮୦ ମସିହାରେ ଭାରତ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ହାତେଇଥିଲା ।

ସେପଟେ ଏହି ସେମିଫାଇନାଲ ମ୍ୟାଚକୁ ପ୍ରଧାନମନ୍ତ୍ରୀ ଲାଇଭ ଦେଖିଥିଲେ । ପରାଜୟ ସତ୍ତ୍ବେ ଟିମ ଇଣ୍ଡିଆ ସମସ୍ତଙ୍କ ହୃଦୟ ଜିତି ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି ହାର-ଜିତ ଜୀବନର ଗୋଟିଏ ଅଂଶ । ଟୋକିଓରେ ଖେଳାଯାଇଥିବା ଏହି ସେମିଫାଇନାଲରେ ଭାରତୀୟ ଦଳର ପ୍ରତିଟି ଖେଳାଳି ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଟିମର ପରବର୍ତ୍ତି ମ୍ୟାଚ ଓ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ଖେଳମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି ତୁମେ ମାନେ ନିଜର ସର୍ବଶ୍ରେଷ୍ଟ ପ୍ରଦର୍ଶନ ଦେଇଛ । ତୁମେ ମାନେ ଭଲ ଖେଳିଛ । ପୁରା ଦେଶ ତୁମ ସହିତ ରହିଛି । ଆମ ନିକଟରେ ଏବେବି ପଦକ ଜିତିବାର ସମ୍ଭାବନା ରହିଛି । ଆମେମାନେ କେବେବି ହାର ମାନିବା ନାହିଁ ବୋଲି ଅନୁରାଗ ତାଙ୍କ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ।

 

Get real time updates directly on you device, subscribe now.

Leave A Reply

Your email address will not be published.